ନିର୍ବାଚନ ପୂର୍ବରୁ ଜମୁଛି ମଦର ଆସର 
by Argus News
Sat, Apr 20 | 6:36 p.m.

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଟ୍ବିନସିଟିରେ ଜମୁଛି ମଦର ଆସର । ରାଜଧାନୀରୁ ଧରାହେଲାଣି  688ଲିଟର ବିଦେଶୀ ମଦ ଓ 11,300ଲିଟର ଦେଶୀ ମଦ । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ।  ଭୁବନେଶ୍ବର ଓ କଟକ ରେ ଅପରାଧିକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରିଛି ପୋଲିସ  ଭୁବନେଶ୍ୱରରେ ଜାନୁଆରି ମାସରୁ ଏପର୍ଯ୍ୟନ୍ତ 438ଟି NBW ଜାରି କରିଛି ପୋଲିସ  | ଏହାସହ ଅନ୍ୟ ଅପରାଧିକ ମାମଲାରେ 1719ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି  |

ମଦ ଜବତ ଘଟଣାରେ 212ଜଣଙ୍କୁ ଗିରଫ କରିଛି ପୋଲିସ | ରାଜଧାନୀରୁ 576ଗ୍ରାମ ବ୍ରାଉନସୁଗର, 591କେଜି ଗଞ୍ଜେଇ ଜବତ ସହ 54ଜଣଙ୍କୁ ଗିରଫ କରିଛି ପୋଲିସ |ସେହିପରି କଟକରେ କମିସନରେଟ ପୋଲିସ ତରଫରୁ 428ଟି NBW ଜାରି କରାଯାଇଛି | ବିଭିନ୍ନ ମାମଲାରେ 436ଜଣ କୋର୍ଟ ରେ ଆତ୍ମସମର୍ପଣ କରିଛନ୍ତି | ଜାନୁଆରି ମାସରୁ ଏପର୍ଯ୍ୟନ୍ତ 444ଟି ଅବକାରୀ ମାମଲା ଡିଟେକ୍ଟ ହେବା ସହ 1471ଲିଟର ବିଦେଶୀମଦ, 7000ଲିଟର ଦେଶୀ ମଦ ଜବତ ସହ 434ଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଏହାସହ ଅଭ୍ୟାସଗତ ଅପରାଧୀଙ୍କ ଉପରେ ରହିଛି ପୋଲିସର କଡ଼ା ନଜର । 

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ